ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା କପିଲ ଶର୍ମା

ନୂଆଦିଲ୍ଲୀ, ୧୭/୩: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଶିଷ୍ଟ କମେଡିଆନ ତଥା ଅଭିନେତା କପିଲ ଶର୍ମା । ତାଙ୍କ ସହ ବିଶିଷ୍ଟ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ଥିଲେ। ତାଙ୍କ ସହ ଯାଇ 5T ସଚିବ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କପିଲ । ଉଲ୍ଲେଖ ଯୋଗ୍ୟ ଯେ ଏକ ହିନ୍ଦୀ ଫିଲ୍ମର ସୁଟିଂ ପାଇଁ କପିଲ ଓଡ଼ିଶାରେ ଥିବା ସୂଚନା ରହିଛ।