କଳକୀ ଧାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୦୨:ଉତ୍ତରପ୍ରଦେଶରେ କଳକୀ ଧାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଦିକ ମନ୍ତ୍ର ଉଚ୍ଚାରଣ ମନ୍ଦିରର ଭୂମିପୂଜନ ହୋଇଛି । ଏହି ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଉପସ୍ଥିତ ରହିଥିଲେ ।

୫ ଏକର ଜମିରେ ଏହି କଳକୀ ଧାମ ମନ୍ଦିର ନିର୍ମାଣ ହେବ । ୫ ବର୍ଷ ମଧ୍ୟରେ ମନ୍ଦିରର ନିର୍ମାଣ ଶେଷ ହେବ । ବଂଶୀ ପାହାଡପୁରର ଗୋଲାପୀ ରଙ୍ଗର ପଥରରେ ଏହି ମନ୍ଦିରର ନିର୍ମାଣ ହେବ ।  ୧୦୮ ଫୁଟ ଉଚ୍ଚର ଏହି ମନ୍ଦିରରେ ଷ୍ଟିଲ କିମ୍ବା ଲୁହାର ବ୍ୟବହାର କରାଯିବ ନାହିଁ । ଏଥିରେ ୧୦ଟି ଗର୍ଭଗୃହ ରହିବ, ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହ ସ୍ଥାପନ କରାଯିବ ।