କଟକରେ କାଳୀପୂଜା ଓ ଦୀପାବଳୀ ପାଇଁ ପୋଲିସର ପ୍ରସ୍ତୁତି

କଟକ, ୯/୧୧: କଟକରେ କାଳୀପୂଜା ଓ ଦୀପାବଳୀ ପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ନିୟମ ମାନି ପୂଜା ପାଳନ ହେବ। ଏନେଇ ୧୫ ପ୍ଲାଟୁନ୍‌ ପୋଲିସ ଓ ୫୦ ଅଫିସର ନିୟୋଜିତ ହେବେ। ଦୀପାବଳିରେ ବାଣ କଟକଣା ନେଇ  ସ୍ବତନ୍ତ୍ର ଅଭିଯାନ ମଧ୍ୟ ଚାଲିବ। ଅନ୍ୟପଟେ ୧୧ଟି ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବ ସହରର ସବୁ ମୂର୍ତ୍ତି ବୋଲି ସୂଚନା ମିଳିଛି।