ଚାଷୀଙ୍କ ଖାତାକୁ ଗଲା ଚଳିତବର୍ଷର କାଳିଆ ଟଙ୍କା

ଭୁବନେଶ୍ୱର, ୧୪/୫: ଆଜି ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଯାଇଛି। ରାଜ୍ୟର ୪୨ ଲକ୍ଷ ଚାଷୀଙ୍କ ଖାତାକୁ ଚଳିତବର୍ଷର କାଳିଆ ଟଙ୍କା ପଠାଯାଇଛି। ୯୨୦ କୋଟି ଟଙ୍କା ବ୍ୟାଙ୍କ ଖାତାକୁ ପଠାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ଅକ୍ଷୟ ତୃତୀୟା ଅବସରରେ ଚାଷୀ ଭାଇ-ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।ସେ କହିଛନ୍ତି  ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ । କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି । ରାଜ୍ୟର ଛୋଟ, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ  କାଳିଆ ଟଙ୍କା ମିିଳୁଛି ବୋଲି ସେ କହିଛନ୍ତି।