ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର,୩/୫:ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା। ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ  ସହାୟତା ଆଜି ମିଳିଛି। ୮୦୪ କୋଟି ଟଙ୍କାର କାଳିଆ ସହାୟତା ମିଳିଥିବା ସୂଚନା ରହିଛି। ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିଛି ୨ ହଜାର ଟଙ୍କା । ୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି । ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିଆ ଟଙ୍କା ଦେଇଥିଲେ ସରକାର ।