କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୯/୦୧: ଚଳିତ ବର୍ଷ କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେବଳ ସରକାରୀ ଶିକ୍ଷାନୁଷ୍ଠାନ ନୁହେଁ, ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ର ବତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।ଛାତ୍ରଛାତ୍ରୀମାନେ କମନ୍ ସ୍କଲାରସିପ୍ ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ କାଳିଆ ଛାତ୍ରବୃରି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲାରହିବ ।