ଇକୋରସାକୁ ହରେଇ କଳାହାଣ୍ଡି କପ୍ ହାସଲ କଲା କଟକ-ଏ

ଭୁବନେଶ୍ୱର, ୨୮/୧୦: ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କଳାହାଣ୍ଡି କପ୍ ଟୁର୍ନାମେଣ୍ଟ ୨୦୨୧-୨୨ ସଫଳତାର ସହ ଶେଷ ହୋଇଛି। କଳାହାଣ୍ଡି କପ୍ ୨୦୨୧-୨୨ର ଦୁଇ ଦିନିଆ ଫର୍ମାଟ୍ ରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ କଟକ-ଏ ଏବଂ ଇକୋରସା ମଧ୍ୟରେ ଖେଳାଯାଇଥିଲା ଫାଇନାଲ୍ ମ୍ୟାଚ। ଏହି ଫାଇନାଲ୍ ମ୍ୟାଚ୍ ବିସିସିଆଇର ଅମ୍ପାୟାର୍ ପ୍ୟାନେଲ୍ ଦୁର୍ଗା ଦତ୍ତ ଦାସଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ  ପ୍ରୀତି ରଂଜନ ବିଜୟସିଂହ ତାଙ୍କୁ ସହଯୋଗ କରିଥିଲେ। ସେହିପରିି ବିସିସିଆଇ  ସ୍କୋର ପ୍ୟାନେଲରେ ଥିଲେ ବିରବର ନାୟକ ଏବଂ  ବସୁ ସେଖର।

ଟସ ପଡିବା ପରେ କଟକ-ଏ  ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି କ୍ରମରେ ପ୍ରଥମେ ଇକୋରସା ବ୍ୟାଟିଂ କରିଥିଲା। ୫୮.୧ ଓଭରରେ ୧୦ ୱିକେଟ୍ ହରାଇ ୧୭୪ ସ୍କୋର କରିଥିଲା ଇକୋରସା। ଇକୋରସା ପକ୍ଷରୁ ଖେଲିଥିବା ଯାଦବ ଅପରାଜିତ ରହିଥିଲେ। ସେ ୧୪୯ ବଲରେ ୯୪ ରନ୍ କରିଥିଲେ। ଏହାର ଜବାବରେ କଟକ-ଏ  ୭୦.୦ ଓଭରରେ ୨୫୬/୬ ସ୍କୋର କରି ଇକୋରସାକୁ ପରାଜୟ କରିବା ସହ କଳାହାଣ୍ଡି କପ୍ ହାସଲ କରିଛି କଟକ-ଏ।

ଏହି ସମାରୋହରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତୀ ବେହେରା,
ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ,  OAA ଏବଂ FAOର ସମ୍ପାଦକ ଆଶ୍ରିବାଦ ବେହେରା, OOA ଅଭିଜିତ୍ ପଲ୍, ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି,  ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସଚିବ ମେହତବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍ ର ମନୋନୀତ ସଦସ୍ୟ, ସୁଭାଶୀ ସେନାପତି, ଓସିଏର  ସିିିଇଓ ସୁବ୍ରତ କୁମାର ବେହେରା ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ଓଡ଼ିଶା କ୍ରିକେଟ୍ ଆସୋସିଏସନର ଆଫିଲିଏଟ୍ ୟୁନିଟ୍ ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।