ଦୁଇ ଦିନିଆ ଫର୍ମାଟରେ ଖେଳାଯିବ କଳାହାଣ୍ଡି କପ

କଟକ, ୧୧/୩: କଳାହାଣ୍ଡି କପ କ୍ରିକେଟରେ ଲିଗ ମ୍ୟାଚ ପାଇଁ ଏକ ବୈଠକ ହୋଇଥିଲା । ସେହି ବୈଠକରେ ଚଳିତବର୍ଷ ନୂଆ ଫର୍ମାଟ ରେ କଳାହାଣ୍ଡି କପ ଖେଳାଯିବା ନେଇ ନିଷ୍ପତି ନିଆଯାଇଛି। ଏହି ଲିଗ ମ୍ୟାଚ ପାଇଁ ଦୁଇ ଦିନିଆ ଫର୍ମାଟ ହୋଇଛି ସୁପର ଲିଗ ପାଇଁ ତିନି ଦିନିଆ ଫର୍ମାଟ ଓ ଫାଇନାଲ ପାଇଁ ଚାରି ଦିନିଆ ଫର୍ମାଟ ସ୍ଥିର କରାଯାଇଛି। ଏହାସହ ୧୪ ବର୍ଷରୁ କମ , ୧୬ ବର୍ଷରୁ କମ ,୧୯ ବର୍ଷରୁ କମ ଓ ଘରୋଇ ମହିଳା କ୍ୟାମ୍ପ କରାଯିବା ପାଇଁ ହୋଇଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।