କାକଟପୁର ପାଇଁ ବିଶ୍ୱଭୂଷଣ ଦାସଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୩୦/୦୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱଭୂଷଣ ଦାସଙ୍କୁ ଦଳ କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।  ବିଶ୍ୱଭୂଷଣ ଦାସ ୨୦୧୯ରେ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେଇଥିଲେ । ଆଉ ଗତଥରର ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ୨୦୧୯ରେ ଏହି ଆସନରୁ ବିଜୟୀ ହେଇଥିଲେ ତୁଷାରକାନ୍ତୀ ବେହେରା । ଚଳିତ ଥର ୨୦୨୪ରେ ବିଜେଡି ପୁଣିଥରେ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ପ୍ରାର୍ଥୀ ହେଇଛନ୍ତି ବାଇଧର ମଲ୍ଲିକ ।