ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୬/୦୪: ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର । ବର୍ତ୍ତମାନର ସିଜେଆଇ ସଂଜୀବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ୍ ବି.ଆର ଗବାଇଙ୍କ ନାମ ସୁପାରିଶ କରିଛନ୍ତି । ଏସସି ସମ୍ପ୍ରଦାୟରୁ ସେ ପ୍ରଥମଥର ପାଇଁ ମୁଖ୍ୟ ବିଚାରପତି ଆସନରେ ବସିବେ । ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସାରିଛନ୍ତି ଜଷ୍ଟିସ ଗବାଇ ।

Leave a Reply

Your email address will not be published. Required fields are marked *