ବିଶ୍ବକପ ଜୁନିଅର ହକି ଟିମ୍‌ରେ ଓଡ଼ିଶାର ୩ଜଣ ସାମିଲ

ଭୁବନେଶ୍ୱର, ୧୧/୧୧: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରେ ହକି ମହାକୁମ୍ଭ ଆରମ୍ଭ ହେବ। ୨୧ ବର୍ଷରୁ କମ ହକି ବିଶ୍ବକପ ପାଇଁ ୧୮ ଜଣିଆ ଟିମ୍‌ ଘୋଷଣା କରିଛି ହକି ଇଣ୍ଡିଆ।ବିଶ୍ବକପ ହକି ଟିମ୍‌ରେ ଓଡ଼ିଶାର ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ  ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କ ଅଧିନାୟକତ୍ବରେ ଖେଳିବ ଭାରତ।

ଜୁନିଅର ହକି ବିଶ୍ବକପ ଟିମ୍‌ ରେ ଶ୍ରଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ, ସଞ୍ଜୟ, ସୁଦୀପ ଚିର୍‌ମାକୋ, ରହୁଲ କୁମାର, ମନିନ୍ଦର ସିଂହ, ପୱନ, ବିଷ୍ଣୁକାନ୍ତ ସିଂହ, ଅଙ୍କିତ ପାଲ, ଉତ୍ତମ ସିଂହ, ସୁନୀଲ ଜୋଜୋ, ମଞ୍ଜୀତ, ରବିଚନ୍ଦ୍ର ସିଂହ, ବିବେକ ସାଗର, ଅଭିଷେକ ଲାକ୍ରା, ଯଶଦୀପ, ଗୁରମୁଖ ସିଂହ, ଅରିଜିତ ସିଂହ ସାମିଲ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରେ ହକି ମହାକୁମ୍ଭ ଆରମ୍ଭ ହେବ। କିନ୍ତୁ ଦର୍ଶକଙ୍କୁ ଷ୍ଟାଡିଅମ ଭିତରକୁ ଯାଇ ଖେଳ ଦେଖିବାକୁ ଅନୁମତି ନାହିଁ। କୋଭିଡ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏହିପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଜୁନିଅର ହକି ବିଶ୍ବକପ ବିଶ୍ବକପରେ ଅଂଶଗ୍ରହଣ କରିବେ ୧୬ ଟିମ୍ ।