ଜୁନ ପହିଲାରୁ ଖୋଲିବ ବିଶ୍ବବିଦ୍ୟାଳୟ ଏବଂ କଲେଜ

ଭୁବନେଶ୍ୱର, ୨୯/୫: ରାଜ୍ୟରେ କଁ ରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ଏହାସହ ପିଲାଙ୍କୁ ଖରା ଛୁଟି ଦିଆଯାଇଥିଲା। ଏବେ ଖରାଦିନ ଛୁଟି ସରିଛି। ଜୁନ ପହିଲାରୁ ଖୋଲିବ ବିଶ୍ବବିଦ୍ୟାଳୟ ଏବଂ କଲେଜ । ସୂଚନାଯୋଗ୍ୟ ଯେ ମେ ୩୧ ତାରିଖ ଯାଏ ଖରାଛୁଟି ଘୋଷଣା କରିଥିଲା ଉଚ୍ଚଶିକ୍ଷା ବିଭାଗ । ବିଶ୍ବବିଦ୍ୟାଳୟ ଏବଂ କଲେଜ ଖୋଲିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।