ଜୁସ୍‌ରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦେଉଥିଲେ, ଜଣାପଡିବା ପରେ ମାଡ଼ ଖାଇବା ସହ ହେଲେ ଗିରଫ

ନୂଆଦିଲ୍ଲୀ,୧୪/୦୯: ଆପଣଙ୍କ ଘର ପାଖ ହେଉ କିମ୍ବା ଆପଣଙ୍କ ଯିବା ବାଟରେ ନିଶ୍ଚୟ ଜୁସ୍‌ ଦୋକାନ ଟିଏ ଥିବ। କୁଆଡେ ଯାଇଥିଲେ ଫେରିବା ବେଳେ ହେଉ କିମ୍ବା କେବେ ଇଚ୍ଛା ହେଲେ ଜୁସ୍‌ ଦୋକାନରୁ ଜୁସ ପିଏଥିବେ ନିଶ୍ଚୟ।  ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜୁସ୍‌ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳର ଏକ ଦୋକାନରେ । ଦୋକାନୀ ଜଣକ ଫଳ ରସରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦେଉଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ଦୋକାନୀକୁ ଗିରଫ କରିଛି ପୋଲିସ । ଦୋକାନରୁ ୧ ଲିଟରୁ ଅଧିକ ପରିସ୍ରା ଜବତ ମଧ୍ୟ କରିଛି ପୋଲିସ । ଘଟଣା ଜଣାପଡ଼ିବା ପରେ ଏଥିରେ ରାଗି ଯାଇ ଲୋକ ଦୋକାନୀକୁ ପ୍ରବଳ ମାତ୍ରରେ ମାଡ଼ ମଧ୍ୟ ମାରିଛନ୍ତି । ଗତ କିଛି ଦିନ ହେବ ଫଳ ରସ ପିଇବାକୁ ଦୋକାନକୁ ଆସୁଥିବା ଲୋକମାନେ ମଧ୍ୟ ଅଭିଯୋଗ କରିଥିଲେ ଯେ, ସେମାନେ ଫଳ ରସ ପିଇବା ସମୟରେ ଲୁଣିଆ ଲୁଣିଆ ଅନୁଭବ କରୁଥିଲେ ବୋଲି । କିନ୍ତୁ ଜାଣି ନଥିଲେ ଯେ ସେମାନଙ୍କୁ ପରିସ୍ରା ମିଶାଇ ଏମିତି ଦେଉଥିବେ ବୋଲି ।

ଗତକାଲି ଜଣେ ବ୍ୟକ୍ତି ଜୁସ୍‌ ପିଇବା ପାଇଁ ଦୋକାନରେ ପହଞ୍ଚି ପିଇବା ପରେ ଜୁସ୍‌ରେ କିଛି ମିଶା ହୋଇଛି ବୋଲି ଅନୁଭବ କରିଥିଲେ ।  ବ୍ୟକ୍ତି ଜଣଙ୍କର ସନ୍ଦେହ ବଢିଥିଲା, ସେ ଦୋକାନ ଭିତରକୁ ଗଲେ । ଦୋକାନ ଭିତରେ ଏକ ବୋତଲରେ ମଣିଷ ପରିସ୍ରା ପାଇଥିଲେ । ଏହା ପରେ ଦୋକାନୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ଲୋକ ।

Leave a Reply

Your email address will not be published. Required fields are marked *