ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସର ସମୀକ୍ଷା କଲେ ପୂର୍ତ୍ତ ସଚିବ

ଭୁବନେଶ୍ୱର, ୧୧/୩:  ରାଜଧାନୀ ଭୁବନେଶ୍ୱରରେ ନିର୍ମାଣଧୀନ  ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ କାର୍ଯ୍ୟର  ଅଗ୍ରଗତିର ସମୀକ୍ଷା କରିଛନ୍ତି ପୂର୍ତ୍ତ ସଚିବ ଡ଼ାଃ କ୍ରିଷନ କୁମାର। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ  ୨୦୨୨ ଜୁନ ମାସ ଶେଷ ସୁଦ୍ଧା ସମାପ୍ତ କରିବାକୁ ପୂର୍ତ୍ତ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ସମୟରେ ସର୍ବୋଚ୍ଚ ଯନ୍ତ୍ରୀ (କୋଠାବାଡି) ବିଜୟ ଚନ୍ଦ୍ର ତ୍ରିପାଠୀ, ପୂର୍ତ୍ତ ବିଭାଗ ଉପସଚି ବ ପାରୁଲ ପଟୱାରି, ଅଧିକ୍ଷଣ ଯନ୍ତ୍ରୀ(କୋଠାବାଡି) ଦୁର୍ଗା ପ୍ରସନ୍ନ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗୌରାଙ୍ଗ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।