JSWର ଉତ୍କଳ ଷ୍ଟିଲକୁ ମିଳିଲା ପରିବେଶ ମଞ୍ଜୁରୀ

ଭୁବନେଶ୍ୱର,୧୧/୪:JSWର ଉତ୍କଳ ଷ୍ଟିଲକୁ  ପରିବେଶ ମଞ୍ଜୁରୀ ମିଳିଛି। ଏହି ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୩.୨ ମିଲିୟନ କ୍ରୁଡ ଷ୍ଟିଲ୍ ରହିବ। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଏହି ମଞ୍ଜୁରୀ ଦେଇଛି। ଏଥିରେ ନିବେଶ ହେବ ୬୫ହଜାର କୋଟି ଟଙ୍କା। ଏହାସହ ୭୨ହଜାର ଲୋକ ନିଯୁକ୍ତି ପାଇବେ। ୨ହଜାର ୯୫୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ମାତ୍ର ୨.୬ଏକର ଘରୋଇ ଜମି ଆବଶ୍ୟକ ।