ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, ଆୟୁଷ୍ମାନ ଭାରତ’ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ୱର,୧୦/୦୪: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା। ଅପରାହ୍ଣ ୧ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ ସେ କହିଛନ୍ତି, କଟକର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ ସେ ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିଲାଗି ବାଲିଯାତ୍ରା ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଅନ୍ୟପଟେ ବି ତାଙ୍କର ପୁରୀରେ ବିଜେପିର ବିଧାୟକ ଓ ସାଂସଦମାନଙ୍କର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କାର୍ଯ୍ୟକ୍ରମ ବି ରହିଛି । ସେ ୧୩ ତାରିଖ ସନ୍ଧ୍ୟା ଯାଏ ଓଡ଼ିଶାରେ ରହିବେ। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ବର ଏମ୍ସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ବି ରହିଛି।

Leave a Reply

Your email address will not be published. Required fields are marked *