ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮/୦୨: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୪ ଜୁନ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ବେଳେ ପ୍ରସ୍ତାବକୁ ଆଜି ମଞ୍ଜୁରୀ ପ୍ରଦାନ କରାଯାଇଛି । ଦିଲ୍ଲୀରେ ଆରମ୍ଭ ହୋଇଥିବା ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକକୁ ଜେପି ନଡ୍ଡା ଉଦଘାଟନ କରିଥିଲେ । ହେଲେ ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହି ନେତା ଓ କର୍ମକର୍ତ୍ତାଙ୍କୁ ୨୦୨୪ ନିର୍ବାଚନରେ ବିଜୟ ପାଇଁ ମନ୍ତ୍ରୀ ଦେଇଛନ୍ତି ।