ଭୁବନେଶ୍ୱର,୨୫/୦୨: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ଜେପି ନଡ୍ଡାଙ୍କର ଓଡ଼ିଶା ଗସ୍ତର କାର୍ୟ୍ୟକ୍ରମ ରହିଛି। ଆସନ୍ତା ୨୮ ତାରିଖରେ ଜାତୀୟ ସ୍ବାସ୍ଥ୍ୟ ମିଶନର ନବମ ଜାତୀୟ ଶିଖର ସମ୍ମେଳନ ଓ ୧୬ତମ କମନ ରିଭ୍ୟୁ ମିଶନ ରିପୋର୍ଟ ପ୍ରକାଶନ କାର୍ୟ୍ୟକ୍ରମ ପୁରୀରେ ଆୟୋଜିତ ହେବ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ। ଏହି ଅବସରରେ ବିଭିନ୍ନ ସ୍ବାସ୍ଥ୍ୟଜନିତ ପ୍ରସଙ୍ଗରେ ଆଲୋଚନା ହେବ।