ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଯୁବ ସାମ୍ବାଦିକ

ଭୁବନେଶ୍ୱର,୨୫/୭: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଏକ ଘରୋଇ ଟିଭି ଚ୍ୟାନେଲର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି । ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଆଜି ନିଜ ଗାଁରୁ ଭୁବନ ଆସୁଥିବା ସମୟରେ ଭାରସାମ୍ୟ ହରାଇ ପଡିଯିବାରୁ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ପ୍ରଥମେ ଭୁବନ ଡାକ୍ତରଖାନା ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଥିବା ବେଳେ  ଦୁଷ୍ମନ୍ତ ମହାନ୍ତିଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା ।