ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର,୩୧/୧୨: ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଅନୁମତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ପୂର୍ବ ସରକାରରେ କୋଭିଡ ପରଠୁ ଦୀର୍ଘଦିନ ଧରି ସାମ୍ବାଦିକଙ୍କୁ ଲୋକସେବା ଭବନରେ ପ୍ରବେଶ ନେଇ ପ୍ରତିବନ୍ଧକ ରହିଥିଲା । କିନ୍ତୁ ନୂଆ ସରକାରରେ ପ୍ରତିବନ୍ଧକ ଉଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *