ସାମ୍ବାଦିକଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର,୮/୪: ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କୁ ବଦଳି କରାଯାଇଛି। ଦୁହିଁଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି। ତଦନ୍ତ ଶେଷ ଯାଏ IIC ଓ IO ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟ କରିବେ। ଏହି କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ଆଇଜି ନରସିଂହ ଭୋଳ। ଆଇଆଇସି ଦ୍ରୌପଦୀ ଦାସ ଓ IO ସୁବର୍ଣ୍ଣା ବେହେରା ଚିକିତ୍ସାବେଳେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ଶିକୁଳି ପକାଇଥିଲା ପୋଲିସ।