ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିରୋଧରେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୧୩/୦୯:  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିରୋଧରେ ସାଙ୍ଘାତିକ ଅଭିଯୋଗ। ବାଇଡେନଙ୍କ ବିରୋଧରେ ଆସିଥିବା ମହାଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁଅ ହଂଟର ବାଇଡେନର ବ୍ୟବସାୟକୁ ଲାଭ ଦେବା ପାଇଁ ଜୋ ବାଇଡେନ ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦେଶମାନଙ୍କଠୁ ମିଥ୍ୟା ତଥ୍ୟ ଦେଇ ଅର୍ଥ ଆଣିଛନ୍ତି । କ୍ଷମତାର ଦୁରୁପଯୋଗ, ସରକାରୀ କାମରେ ବାଧା ସୃଷ୍ଟି ଓ ଦୁର୍ନିତୀ ଅଭିଯୋଗ ମଧ୍ୟ ଲାଗିଛି ।  ବାଇଡେନଙ୍କ ପୁଅ ହଂଟର ବାଇଡେନ ନିଜ ବ୍ୟବସାୟ ପାଇଁ ଚୀନ, କାଜାଗିସ୍ତାନ, ୟୁକ୍ରେନ, ରୁଷ, ଓ ଅନ୍ୟ ଦେଶମାନଙ୍କଠୁ ୨୦ଲକ୍ଷ ମିଲିୟନରୁ ଅଧିକ ଅର୍ଥ ନେଇଛନ୍ତି । ଏହା ପଛରେ ବାଇଡେନଙ୍କ କ୍ଷମତାର ଦୁରୁପଯୋଗ ହୋଇଥିବା ଅଭିଯୋଗ ରହିଛି ।