୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବେ ଜୋ ବାଇଡେନ

ନୂଆଦିଲ୍ଲୀ,୨୫/୪: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ଆଜି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ କେବଳ ନିର୍ବାଚନ ଲଢିବା କଥା ଘୋଷଣା କରିନାହାଁନ୍ତି । ଏହାସହ ସେ ନିର୍ବାଚନ ପ୍ରଚାର କମିଟି ମଧ୍ୟ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ବାଇଡେନ ପୁଣିଥରେ ହ୍ୱାଇଟ ହାଉସରେ ବରିଷ୍ଠ ଅଧିକାରୀ ଓ ଦୀର୍ଘଦିନ ହେବ ଡେମୋକ୍ରାଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ଜୁଲି ଶାବେଜ ରୋଡ୍ରିଗ୍ଜଙ୍କୁ ନିର୍ବାଚନ ପ୍ରଚାରର ମୁଖ୍ୟ ଭାବେ ଘୋଷଣା କରିଛନ୍ତି ।