ଜେଏମ୍‌ଏମ୍‌ରୁ ଇସ୍ତଫା ଦେଲେ ରାଜ୍ୟ ଉପସଭାପତି ପ୍ରହ୍ଲାଦ ପୂର୍ତ୍ତି

ନୂଆଦିଲ୍ଲୀ, ୩୦/୦୮: ଜେଏମ୍‌ଏମରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଉପସଭାପତି ପ୍ରହ୍ଲାଦ ପୂର୍ତ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଜେଏମଏମ୍‌ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ତାଙ୍କ ନିକଟକୁ ୮ ମାସ ହେଲା ସେ ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକରେ ସାମିଲ ନହେବାର କାରଣ ଦର୍ଶାଇବା ପାଇଁ ଏକ ପତ୍ର ଳେଖିଥିଲେ । ଏହାସହ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ ଦଳ ଓ ପଦବିରୁ ବହିଷ୍କୃତ କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। ତେବେ ତାହାର ଜବାବରେ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।