ଆଜିଠୁ ଲାଗୁ ହେବ ଜିଓର ନୂଆ ପ୍ଲାନ୍, ଜାଣନ୍ତୁ କେଉଁ ପ୍ଲାନରେ ରହିଛି କଣ?

ଭୁବନେଶ୍ୱର,୩/୦୭: ଆଜିଠୁ ଜିଓର ନୂଆ ପ୍ଲାନ୍ ଅନୁଯାୟୀ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନର ହେବ ଶୁଳ୍କ ବୃଦ୍ଧି । ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ଆଜିଠୁ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବା ନେଇ ଘୋଷଣା କରିଛି । ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ୨୮ ମାସର ବୈଧତାର ମାସିକ ଯୋଜନା ପାଇଁ ୧୫୫ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୮୯ ଟଙ୍କା ଦେବାକୁ ପଡିବ ଏବଂ ଏହି ଯୋଜନାରେ ୨ ଜିବି ଡାଟା ଉପଲବ୍ଧ ହେବ । ୨୮ ଦିନର ବୈଧତା ସହିତ ୨୦୯ ଟଙ୍କା ଯୋଜନା ପାଇଁ, ୨୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ୧ ଜିଡି ଡାଟା ରହିବ । ୩୯୯ ଟଙ୍କା ପ୍ଲାନ ପାଇଁ, ୪୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣ ୩ ଜିବି ଡାଟା ରହି । ଅନ୍ୟପଟେ ୨ ଜିବି କିମ୍ୱା ତାଠାରୁ ଅଧିକ ଡାଟା ଥିବା ପ୍ଲାନରେ ଅସୀମିତ ଫାଇଭ-ଜି ଡାଟା ହେବ ଉପଲବ୍ଧ ହେବ ।