ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର, ଅଲଗା ସବସ୍କ୍ରାଇବ୍‌ କରିବାକୁ ପଡ଼ିବ ନାହିଁ ଜିଓ ହଟ୍‌ଷ୍ଟାର୍‌

ନୂଆଦିଲ୍ଲୀ,୦୭/୦୪: ଏବେ ମାଗଣାରେ ପ୍ରତିଟି ଆଇପିଏଲ୍‌ ମ୍ୟାଚ୍‌ର ମଜା ନିଜ ଟିଭି କିମ୍ବା ମୋବାଇଲ୍‌ରେ ଉଠାଇ ପାରିବେ । ତେବେ ଏହ ଅଫର୍‌ କେବଳ ସୀମିତ ସମୟ ପାଇଁ ରହିଛି ।

ବିଶେଷ କରି ଜିଓ ଫାଇବର ଓ ଜିଓ ଏୟାରଫାଇବର ୟୁଜର୍ସ ଏହାର ଫାଇଦା ଉଠାଇ ପାରିବେ । ଯେଉଁମାନେ ୨୯୯ କିମ୍ବା ତାଠାରୁ ଅଧିକ ରିଚାର୍ଜ୍‌ କରୁଥିବେ ସେମାନଙ୍କୁ ଜିଓ ହଟ୍‌ଷ୍ଟାର୍‌ ଅଲଗା ସବସ୍କ୍ରାଇବ୍‌ କରିବାକୁ ପଡ଼ିବ ନାହିଁ । ତେବେ ଏଥିପାଇଁ ଏପ୍ରିଲ୍ ୧୫ ତାରିଖ ପୂର୍ବରୁ ୟୁଜର୍ସଙ୍କୁ ନିଜର ରିଚାର୍ଜ୍ କରାଇବାକୁ ହେବ । ଏହାଦ୍ୱାରା ୟୁଜର୍ସଙ୍କୁ ହଟ୍‌ଷ୍ଟାର୍‌ ସହ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍‌ ବି ମାଗଣାରେ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ ୧୧ଟି ଅନ୍ୟ ଓଟିଟି ଆପ୍‌ର ମଜା ଉଠାଇ ପାରିବେ ୟୁଜର୍ସ । ଏବେ ଦେଶରେ କ୍ରିକେଟ୍‌ ଋତୁ ଚାଲିଥିବା ବେଳେ, ଏହା ଫାଇଦା ଉଠାଇ ସବସ୍କ୍ରାଇବର୍‌ ବଢ଼ାଇବା ଲକ୍ଷ୍ୟରେ ରହିଛି ଜିଓ । ଏଣୁ ଆଇପିଏଲ୍‌ ଚାଲିଥିବା ସମୟରେ ଏଭଳି ଘୋଷଣା କରାଯାଇଛି ।

ପୂର୍ବରୁ ଏହି ଅଫର୍‌ର ଅବଧି ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହି ଅଫର୍‌ ମାଧ୍ୟମରେ ଜିଓର ୟୁଜର୍ସ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ଅଫର୍‌ର ଅବଧି ବୃଦ୍ଧି କରିଛି । ଏଣୁ ଏଥର ଗ୍ରାହକମାନେ ଏପ୍ରିଲ୍‌ ୧୫ ସୁଦ୍ଧା ରିଚାର୍ଜ କରାଇ ଜିଓର ୯୦ ଦିନିଆ ମାଗଣା ହଟ୍‌ଷ୍ଟାର୍‌ ଓ ଆଇପିଏଲ୍‌ ମଜା ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *