ଜିଓ ଓ ଏୟାରଟେଲ ବଢାଇବ କଲ ରେଟ୍, ଜାଣନ୍ତୁ କେଉଁ ପ୍ଲାନ୍ କେତେ ବଢିବ?

ଭୁବନେଶ୍ୱର,୨୮/୦୬: ଏବେ ଫୋନରେ କଥା ହେବ ପଡିଲା ମହଙ୍ଗା । ବଢ଼ିଲା କଲ ରେଟ୍ । ଜିଓ ଓ ଏୟାରଟେଲ ନିଜ ନିଜର ଟାରିଫ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବଜାରରେ ସବୁଠୁ ଅଧିକ ଚାଲୁଥିବା ସିମ୍ ଜିଓ ୧୨ରୁ ୨୫ ପ୍ରତିଶତ ଦର ବୃଦ୍ଧି କରିବ । ଏୟାରଟେଲ ମଧ୍ୟ ନିଜ ଟାରିଫ ବୃଦ୍ଧି କରିବାକୁ ଘୋଷଣା କରିଛି । ୨୦୨୧ ପରେ ଏହା ହେଉଛି ସବୁଠୁ ବଡ ଟାରିଫ୍ ଦର ବୃଦ୍ଧି । ଜୁଲାଇ ୩ ତାରିଖରୁ ଜିଓ ଓ ଏୟାରଟେଲ ନିଜର ନୂଆ ଟାରିଫ୍ ରେଟ୍ ଲାଗୁ କରିବେ । ସବୁଠୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି ୫ଜି ସିମ୍ ତଥା ମୋବାଇଲ ଚଳାଉଥିବା ଗ୍ରାହକଙ୍କୁ ଦିନକୁ ଅତି କମରେ ୨ ଜିବି ଅବା ତାଠାରୁ ଅଧିକ ଡାଟା ପାଇଁ ରିଚାର୍ଜ କରିବାକୁ ପଡିବ । ନଚେତ ସେମାନେ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ ନାହିଁ ।

ଜିଓର ମାସିକିଆ ୧୫୫ ଟଙ୍କା ପ୍ଲାନ୍ ୧୮୯ ଟଙ୍କା ହେବ
୨୩୯ ମାସିକିଆ ପ୍ଲାନ୍ ୨୯୯ ଟଙ୍କା ହେବ

ଏୟାରଟେଲ ପ୍ଲାନ୍:
ମାସିକିଆ ୧୭୯ ଟଙ୍କାର ପ୍ଲାନ୍ ୧୯୯ ଟଙ୍କା ହେବ
୧୭୯୯ ଟଙ୍କାର ବର୍ଷିକିଆ ପ୍ଲାନର ମୂଲ୍ୟ ୧୯୯୯ ଟଙ୍କାକୁ ବୃଦ୍ଧି ପାଇଛି…