ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଲା କଳିଙ୍ଗ ସିଏସଆର ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ପୁରସ୍କାର

ଭୁବନେଶ୍ୱର,୧୦/୦୬: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ (ଜେଏସପି)କୁ ଗୋଲ୍ଡ ବର୍ଗରେ ସମ୍ମାନଜନକ କଳିଙ୍ଗ ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଜୁନ୍ ୮, ୨୦୨୪ ରେ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲେସୋଥୋ ସାମ୍ରାଜ୍ୟର ଉଚ୍ଚାୟୁକ୍ତ ମହାମହିମ ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବା ଏବଂ ବାଂଲାଦେଶର ଉପ-ଉଚ୍ଚାୟୁକ୍ତ ମହାମହିମ ଅନ୍ଦଲିବ ଇଲିୟାସ ଏହି ପୁରସ୍କାର ପ୍ରଦାନ କରିଥିଲେ। ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରଭାବଶାଳୀ ସାମାଜିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିଆସୁଛି ।

ଏହି ଅବସରରେ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି ଯେ, ଏହି ସମ୍ମାନଜନକ ପୁରସ୍କାର ପାଇଁ ଜେଏସପି ଚୟନ କରିଥିବାରୁ ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ। ଜେଏସପିରେ ଆମେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ସ୍ୱୀକୃତି ଆମକୁ ଆମର ପଦକ୍ଷେପ ଗୁଡିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରେରଣା ଦେବ ।

ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ମୁଖ୍ୟ (ସିଏସଆର) ପ୍ରଶାନ୍ତ କୁମାର ହୋତା କହିଛନ୍ତି ଯେ, ଜେଏସପି ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ବହୁମୁଖୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଏହି ପୁରସ୍କାର ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଜୀବନଧାରଣ ମାନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଆମର ପ୍ରଚେଷ୍ଠାର ଏକ ସ୍ୱୀକୃତି ।

ଜେଏସପି ଫାଉଣ୍ଡେସନ ଜରିଆରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଜେଏସପି ବିଭିନ୍ନ ସିଏସ୍ଆର୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ଗତବର୍ଷ ଏହି ଇସ୍ପାତ ନିର୍ମାତାକୁ ଦୁଇଟି ବର୍ଗରେ ଜାତୀୟ ସିଏସଆର ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା ।

ଆଇକ୍ୟୁଇଏମ୍ଏସ୍ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକଳାପରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ସମ୍ମାନିତ କରିଥାଏ ।