ଲୁହା ପଥର ଖଣିଜ ନିମନ୍ତେ ଓଡିଶା ସରକାରଙ୍କ ପ୍ରି-ଏମ୍ପସନ୍ ନୀତି ଏକ ପ୍ରଗତିଶୀଳ ନୀତି: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ୱର, ୪/୭: ରାଜ୍ୟରେ ଥିବା ଶିଳ୍ପସଂସ୍ଥାଗୁଡିକୁ ଆଗକୁ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କର ପ୍ରଗତିଶୀଳ ନୀତିକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ପରିଚାଳନା ନିର୍ଦ୍ଦେଶକ ଭି ଆର ଶର୍ମା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ସମୟର ବହୁ ପୂର୍ବରୁ ୨୦୧୪ ଜୁନ୍ ୨୬ ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏବଂ ପରେ ୨୦୧୫ ଏପ୍ରିଲ୍ ୧୬ ରେ ଆହୁରି ସଂଶୋଧନ କରାଯାଇଥିବା ଲୁହା ପଥର ଖଣିଜ ନିମନ୍ତେ ପ୍ରି-ଏମ୍ପସନ୍ ନୀତି ଏକ ଉତ୍ତମ ନୀତି ରହିଛି । ଯେହେତୁ ଏହି ପ୍ରି-ଏମ୍ପସନ୍ ନୀତି ଅନୁଯାୟୀ କଞ୍ଚାମାଲ ପାଇବା ନିମନ୍ତେ ଶିଳ୍ପସଂସ୍ଥାଗୁଡିକୁ ଲୁହ ପଥର ପାଇଁ କେବଳ ଖଣି ନିର୍ଦ୍ଦେଶକଙ୍କୁ ଆବେଦନ  ଏକ ସରଳ ପ୍ରକ୍ରିୟାରେ  ହୋଇଥାଏ। ଯାହା ଦ୍ୱାରା ଜେଏସପିଏଲ ସମେତ ରାଜ୍ୟ ଭିତ୍ତିକ ବହୁ ଶିଳ୍ପ କାରଖାନା ଉପକୃତ ହୋଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ଭିତ୍ତିକ ଶିଳ୍ପଗୁଡିକ କଞ୍ଚାମାଲ ପାଇବା ପାଇଁ ପ୍ରି-ଏମ୍ପସନ୍ ନୀତି ପରି ନୀତି ସମସ୍ତ ଉଦ୍ୟୋଗୀଙ୍କ ବିଶ୍ଵାସ ବୃଦ୍ଧି ପାଇବା ସହିତ, ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରିଥାଏ ।
ବର୍ତ୍ତମାନ ଓଡ଼ିଶାର ଇସ୍ପାତ ଶିଳ୍ପଗୁଡିକ ଉତ୍କଟ ଲୁହାପଥର ସଙ୍କଟରେ ଗତି କରୁଛନ୍ତି। ଯଦି ଶିଳ୍ପ ସଂସ୍ଥାଗୁଡିକ ଆଗକୁ ଆସି ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ପ୍ରି-ଏମ୍ପସନ୍ ନୀତିର ସରଳ ପ୍ରକ୍ରିୟାକୁ ଅନୁସରଣ କରନ୍ତି, ତେବେ ଏହି ସଙ୍କଟ ସହଜରେ ଦୂର ହୋଇପାରିବ, ବୋଲି ସେ ମତ ଦେଇଛନ୍ତି।

ଅନ୍ୟପଟେ  ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହ ଅନୁଗୁଳରେ ଜେଏସପିଏଲ ବିଶ୍ଵର ସବୁଠାରୁ ବଡ ତଥା ଆଧୁନିକ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।