ଗ୍ରାମୀଣ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ବଡବିଲରେ ଜିନ୍ଦଲ କ୍ରୀଡା ଛାତ୍ରାବାସ ଉଦଘାଟିତ

ଭୁବନେଶ୍ୱର,୧୦/୦୭:  କେନ୍ଦୁଝର ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ କ୍ରୀଡା ଛାତ୍ରାବାସର ଉଦଘାଟିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ ଏହାକୁ ଉଦଘାଟନ କରିଛନ୍ତି। ଜନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ୍ ଦ୍ୱାରା ପ୍ରତିଷ୍ଠିତ ଏହି ଛାତ୍ରାବାସରେ ମନୋନୀତ ୬୦ ଜଣ ପ୍ରତିଭାଶାଳୀ ଯୁବ କ୍ରୀଡ଼ାବିତଙ୍କୁ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆବାସିକ ସୁବିଧା ପ୍ରଦାନ କରାଯିବ ।

ଛାତ୍ରବାସ କୁ ଉଦଘାଟନ କରିବା ଅବସରରେ ଜେଏସପିର ଚେୟାରମ୍ୟାନ ନବୀନ ଜିନ୍ଦଲ କହିଥିଲେ ଯେ, “କ୍ରୀଡା ଯୁବ ପିଢ଼ିକୁ ଅନୁଶାସନ, କଠିନ ପରିଶ୍ରମ, ଚରିତ୍ରର ବିକାଶ ଏବଂ ସାମୁହିକ କାର୍ଯ୍ୟ କରିବା ଶିଖାଇଥାଏ । ଏହି କ୍ରୀଡା ଛାତ୍ରାବାସ ସମାଜର ଦୁର୍ବଳ ବର୍ଗର ଯୁବକଯୁବତୀମାନଙ୍କୁ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାରେ ସୁଯୋଗ ପ୍ରଦାନ କରିବ । ମୁଁ ଆଶା କରୁଛି ଯେ, ଏହି ଛାତ୍ରାବାସରେ ଯେଉଁମାନେ ରହିବେ, ସେମାନେ ଦେଶ ପାଇଁ ଗୌରବ ଆଣିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ।

ଏହାସହ ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀମତୀ ଜିନ୍ଦଲ କହିଥିଲେ, “ଆମେ ବିଶ୍ୱାସ କରୁ ଯେ ଯୁବବର୍ଗଙ୍କ ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଏବଂ କ୍ରୀଡା ଜରୁରୀ । ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଯୋଗାଇ ଦେଇ ଏକ ସମୃଦ୍ଧ ଓ ସୁସ୍ଥ ସମାଜ ଗଠନ ଦିଗରେ ଏହି ଛତ୍ରାବାସ ଜେଏସପି ଫାଉଣ୍ଡେସନର ଏକ ପ୍ରୟାଶ । ଏହି ସର୍ବୋତ୍ତମ ସୁବିଧା, ପୁଷ୍ଟିକର ଖାଦ୍ୟ, କୋଚିଂ, ବିଦ୍ୟାଳୟ ଆଦି ସୁବିଧା ଯୋଗାଇଦେବା ସହିତ ଏହି ଛତ୍ରାବାସ ଅନ୍ତେବାସୀମାନଙ୍କ କ୍ରିଡା ଏବଂ ଶିକ୍ଷା କ୍ୟାରୀୟରର ବିକାଶ ପାଇଁ ସହାୟକ ହେବ”। ବଡ଼ବିଲ ଅଞ୍ଚଳର ପିଲାମାନଙ୍କୁ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ସବୁପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରୟାସ କରିବେ ବୋଲି ସେ କହିଥିଲେ ।

ରାଜ୍ୟରେ କ୍ରୀଡା ଭିତ୍ତିଭୂମି ବିକାଶ ଉପରେ ଓଡିଶା ସରକାରଙ୍କ ନୀତିକୁ ଦୃଷ୍ଟିରେ ରଖି ଏହି ହଷ୍ଟେଲ ପ୍ରତିଷ୍ଠା କରାଯାଇଛି। ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଶାରୀରିକ ସୁସ୍ଥତା ଉପରେ ତାଲିମ ମଧ୍ୟ ପ୍ରଦାନ କରାଯିବ | ଏହି ଛତ୍ରବାସରେ ଆଧୁନିକ ସୁବିଧା ସୁଯୋଗ, କ୍ରୀଡା ଉପକରଣ ସହ ପ୍ରତିଷ୍ଠିତ କୋଚ ଙ୍କ ଦ୍ୱାରା ଟ୍ରେନିଂ ଯୋଗାଇ ଦିଆଯିବ |ଜେଏସପିର କଞ୍ଚାମାଲ ଏବଂ ସ୍ଲରି ପାଇପଲାଇନ ମୁଖ୍ୟ  ଆଶିଷ ପାଣ୍ଡେ, ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ  କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ  ପ୍ରଶାନ୍ତ ହୋତା, ବଡ଼ବିଲ ୟୁନିଟ୍ ମୁଖ୍ୟ ପୁରୁଷୋତ୍ତମ ଏମ୍ ଡି, ୟୁନିଟ୍ ମୁଖ୍ୟ (କାସିଆ ମାଇନ୍ସ) ମୁଖ୍ୟ  ପ୍ରମୋଦ କୁମାର ପାତ୍ର, ୟୁନିଟ୍ ମୁଖ୍ୟ (ଟେନସା ମାଇନ୍ସ) କମଳାକାନ୍ତ ନନ୍ଦ, , ମାନବସମ୍ଭଳ ବିଭାଗ ମୁଖ୍ୟ ଆଶିଷ ମହାନ୍ତି, ମାର୍ଶଲ ଆର୍ଟ କୋଚ୍ ପଙ୍କଜ ମହନ୍ତ, ଅନ୍ତେବାସୀ, ସେମାନଙ୍କର ଅଭିଭାବକ, କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ତଥା ନିକଟସ୍ଥ ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କମ୍ପାନୀର ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଶାନ୍ତ ହୋତା, ଟିମ ସିଏସ୍ଆର୍, ବଡ଼ବିଲ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସର୍ବଶେଷରେ  ଆଶିଷ ପାଣ୍ଡେ ଉପସ୍ଥିତ କର୍ମଚାରୀ, ଗ୍ରାମବାସୀ, ଛତ୍ରାବାସର ଅନ୍ତେବାସୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ, କେନ୍ଦୁଝର ଜିଲ୍ଲାର ଯୁବକମାନଙ୍କୁ ଉଷୁ ଖେଳିବାକୁ ସହାୟତା ଏବଂ ପ୍ରୋତ୍ସାହନ ଦେଇଆସୁଛି । ଫାଉଣ୍ଡେସନ, ଓଡିଶା ରାଜ୍ୟ ଉଷୁ ଆସୋସିଏସନ ସହଯୋଗରେ, ଗତ ଏକ ଦଶନ୍ଧିରୁ ଅଧିଜ ଦିନ ଧରି କେନ୍ଦୁଝର ଜିଲ୍ଲା ଉଷୁ ଦଳକୁ ପୃଷ୍ଠପୋଷକତା କରିଆସୁଛି। ଫାଉଣ୍ଡେସନ ପକ୍ଷରୁ ତାଲିମ କେନ୍ଦ୍ରର ବିକାଶ, ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ସୁବିଧା, ଖେଳାଳିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ ଏବଂ ପରିବହନ ସୁବିଧା ଇତ୍ୟାଦି ପ୍ରଦାନ କରାଯାଉଛି । ବିଗତ ବର୍ଷଗୁଡିକରେ ଜେଏସପି ଫାଉଣ୍ଡେସନର ସହାୟତାରେ ଶ୍ଵେତା ରାଣୀ ମହନ୍ତଙ୍କ ବ୍ୟତୀତ ବବୁଲୁ ଏବଂ ମଞ୍ଜୁ ମୁଣ୍ଡା ଯଥାକ୍ରମେ ବ୍ରାଜିଲ, ବୃନେୟୀ ଏବଂ ମସ୍କୋରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଉଷୁ ଟୁର୍ନାମେଣ୍ଟରେ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।