ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ଦୀପାଳି ଦାସ

ଭୁବନେଶ୍ୱର,୩୧/୩: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେଲେ ଦୀପାଳି ଦାସ । ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବ ଉପନିର୍ବାଚନ । ତେବେ ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ମେ ୧୩ ତାରିଖରେ ଭୋଟ୍ ଗଣତି ହେବ ।