ଝାରସୁଗୁଡା ଉପନିର୍ବାଚନ, ସରିଲା ପ୍ରଚାର

ଭୁବନେଶ୍ୱର,୮/୫: ଝାରସୁଗୁଡା ଉପନିର୍ବାଚନ ନେଇ  ମୁଖ୍ୟନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଚଳିତ ଉପନିର୍ବାଚନ ପାଇଁ ୩୩୦ ଭୋଟର ଘରୁ ଭୋଟ ପାଇଁ ଆବେଦନ କରିଥିଲେ । ୩୨୧ ଜଣ ବର୍ତ୍ତମାନ ମତଦାନ କରିସାରିଛନ୍ତି ।ଉପନିର୍ବାଚନ ପାଇଁ ୨୫୩ ବୁଥରେ ମତଦାନ ଅନୁଷ୍ଠିତ ହେବ । ୨୬ଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ୧୦୧୨ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ୯୬ ପୋଲିଂ ଅଧିକାରୀ ରିଜର୍ଭ ରହିଛନ୍ତି । ଭୋଟର ୧୨ଟି ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ।