ଝାରସୁଗୁଡା ଉପନିର୍ବାଚ: ନବୀନ ନିବାସ ଆସି ଟିକେଟ ନେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର,୧୫/୪: ଝାରସୁଗୁଡା ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ରହିଛି। ଏହାରିମଧ୍ୟରେ ଆଜି ନବୀନ ନିବାସ ଯାଇ ଟିକେଟ ନେଇଛନ୍ତି ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ । ଦୀପାଳୀଙ୍କ ନାଁ ଦଳ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିଲା । ଆଜି ତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ପ୍ରଦାନ କରିଛନ୍ତି ।

ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛନ୍ତି, ବିଜୟୀ ନେଇ ସମ୍ପୁର୍ଣ୍ଣ ଆଶାବାଦୀ ଅଛନ୍ତି । ଜିତିକି ମୁଖ୍ୟମନ୍ତ୍ରୀଙ୍କୁ ଗର୍ବିତ କରେଇବି ବୋଲି କହିଛନ୍ତି ଦୀପାଳୀ । ଏଥିସହ ଝାରସୁଗୁଡାରେ କିଛି ବିକାଶ ହୋଇନଥିବା ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ପାନୀୟ ଜଳଠୁ ବିମାନ ବନ୍ଦର ସବୁ କ୍ଷେତ୍ରରେ କାର୍ଯ୍ୟ ହୋଇଛି ।