୩ ସପ୍ତାହ ପାଇଁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ

ଭୁବନେଶ୍ୱର, ୨/୪: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି।କରୋନା ଭୟକୁ ଏତେ ସହଜରେ ଏଡାଇ ଦିଆଯାଇପାରିବ ନାହିଁ।  ତେଣୁ ଆସନ୍ତା ୩ ସପ୍ତାହ ପାଇଁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରଖାଯାଇଛି। ସେଠାରେ କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ।