ନୂଆଦିଲ୍ଲୀ,୧୩/୧୧: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍ରେ ନିର୍ବାଚନ ହେଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ। ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନ ପ୍ରତିଷ୍ଠା ହୋଇଛି।ଝାଡ଼ଖଣ୍ଡ ପୁଲିସ୍ ସହ ବିଏସଏଫ ଓ ସିଆରପିଏଫଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।