ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ଆଜି ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  

ନୂଆଦିଲ୍ଲୀ,୧୧/୧୧: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ  ସରୁଛି ପ୍ରଚାର ।  ଶେଷ ଦିନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ରହୁଥିବା ଓଡ଼ିଆ ଭାଷାଭାଷୀ ଏବଂ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ପ୍ରଚାର କରିବେ । ଆଜି ଏକ ସ୍ୱତନ୍ତ୍ର ଵିମାନରେ ରାଉରକେଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏରୋଡ୍ରମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ରାଉରକେଲାରୁ ସିଧାସଳଖ ଝାଡ଼ଖଣ୍ଡ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନଭେମ୍ବର ୮ ତାରିଖରୁ ତିନିଦିନିଆ ଗସ୍ତରେ ଯାଇ ଝାଡ଼ଖଣ୍ଡରେ ପ୍ରଚାର କରିଥିଲେ ।

Leave a Reply

Your email address will not be published. Required fields are marked *