ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ, ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ

ଭୁବନେଶ୍ୱର,୨୫/୧୦: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ଏହି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ରହିଛି।ଷ୍ଟାର ପ୍ରଚାରକ ହେବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀ  ଝାଡ଼ଖଣ୍ଡ ଯାଇଥିଲେ। ଏବେ ତାଙ୍କୁ ବିଜେପି ବିଧିବଦ୍ଧ ଭାବେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଏହାର ଅର୍ଥ ସେ ଝାଡ଼ଖଣ୍ଡରେ ବିଜେପି ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ମାଗିବେ।

Leave a Reply

Your email address will not be published. Required fields are marked *