ଭାରତୀୟ ସାମରିକ ଶକ୍ତିକୁ ବଢାଇଲା ଜେଟପ୍ୟାକ

ନୂଆଦିଲ୍ଲୀ,୩/୩: ବଢିଲା ଭାରତୀୟ ଯବାନଙ୍କ ଶକ୍ତି । ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ । ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ । ଆପଣଙ୍କୁ ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାକୁ ସତ କରି ଦେଖାଇଛି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ । ଜେଟପ୍ୟାକ କୁ ପିନ୍ଧି ଟ୍ରାଏଲ କରିଛନ୍ତି ଭାରତୀୟ ଯବାନ । ବୈଷୟିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଜ୍ୟାକେଟ ପିନ୍ଧି ଆକାଶରେ ଉଡିବୁଲିଛନ୍ତି ଭାରତୀୟ ଯବାନ । ନିକଟରେ ଆଗ୍ରାରେ ଏହାର ଟ୍ରାଏଲ ରନ କରାଯାଇଛି । ଆଗ୍ରାର ଏରୋବର୍ଣ୍ଣ ଟ୍ରେନିଂ ସ୍କୁଲରେ ଏହି ଜ୍ୟାକେଟ ପିିନ୍ଧି କଳାକୌଶଳ ପ୍ରଦର୍ଶନ କରିଛନ୍ତି ଯବାନ । ଏଥିସହ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି ।