JEE ଆଡଭାନ୍ସଡ ୨୦୨୨ର ରେଜଲ୍ଟ ପ୍ରକାଶିତ

ନୂଆଦିଲ୍ଲୀ,୧୧/୭: ଆଜି ପ୍ରକାଶ ପାଇଛି JEE ଆଡଭାନ୍ସଡ ୨୦୨୨ର ରେଜଲ୍ଟ । ଚଳିତବର୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି । ଆର.କେ. ଶିଶିର ଟପ୍ପର ହୋଇଥିବା ବେଳେ ତନିଶା କାବ୍ରା ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ।ଚଳିତ ବର୍ଷ ଏକ ଲକ୍ଷ ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀ jeeadv.ac.in ୱେବସାଇଟରୁ ରେଜଲ୍ଟ ଜାଣିପାରିବେ । ଚଳିତବର୍ଷ ଆଇଆଇଟି ମୁମ୍ବାଇ ପକ୍ଷରୁ JEE ଆଡଭାନ୍ସଡର ଫଳାଫଳ ପ୍ରକାଶ ପାଇଛି।