ଅବପାତର ରୂପ ନେବ ଜୱାଦ

ଭୁବନେଶ୍ୱର, ୫/୧୨: ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ। ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗରେ ପହଞ୍ଚିବା ନେଇ
ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ। ଏହା ପରେ ବର୍ଷା ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ହେବ। ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡିଶାରେ ବର୍ଷା ବଢିବ ।ଦକ୍ଷିଣ ଓଡିଶାର ଉପକୂଳ ଜିଲ୍ଲାରେ ୬ଘଣ୍ଟା ଯାଏଁ ବର୍ଷା ହେବ।
ବର୍ତ୍ତମାନ ୪୫ରୁ ୫୫ କିମି ବେଗରେ ପବନ ବହୁଥିବା ବେଳେ
ରାତିରେ ପବନର ବେଗ କମି ୩୦ରୁ ୪୦ କିମି ରହିବ।