ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ୍ ରେ ଖେଳିବେନି ଯସପ୍ରୀତ ବୁମରା

ନୂଆଦିଲ୍ଲୀ,୨୯/୯: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଦ୍ରୁତ ବୋଲର ଯସପ୍ରୀତ ବୁମରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ସେ ମ୍ୟାଚରୁ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଏନେଇ ସ୍ପଷ୍ଟ କରାଯାଇଛି ଯେ, ଅକ୍ଟୋବର ୧୬ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ସେ ଖେଳିବେ ନାହିଁ ।