୨ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦/୩: ଆଜି ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିିଦା  ଭାରତ ଆସିକି ପହଞ୍ଚିଛନ୍ତି। ସେ ଦୁଇ ଦିନ ପାଇଁ ଆସିଛନ୍ତି। ଏହି ଅବସରରେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ରାଜଘାଟ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାତ୍ମାଗାନ୍ଧୀଙ୍କ ଜୀବନି ଉପରେ ଲିଖିତ ଏକ ପୁସ୍ତକ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିଦାଙ୍କୁ ଉପହାର ଭେଟି ଦିଆଯାଇଛି । ରାଜଘାଟରୁ ଫେରିବା ପରେ ଜାପାନ ପ୍ରଧାନମନ୍ତ୍ରୀ ଦିଲ୍ଲୀର ହାଇଦ୍ରାବାଦ ହାଉସ ପହଞ୍ଚିିଥିଲେ । ଏହାପରେ ସେଠାରେ  ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱାଗତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।