ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିଙ୍କୁ ସିବିଆଇର ସମନ

ନୂଆଦିଲ୍ଲୀ,୨୧/୪: ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିଙ୍କୁ ସିବିଆଇ ସମନ କରିଛି। ଏପ୍ରିଲ ୨୮ ତାରିଖରେ ତାଙ୍କୁ ସିବିଆଇ ଜେରା କରିବାକୁ ଚାହୁଁଥିବା ସମନରେ ଉଲ୍ଲେଖ କରିଛି। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ ଖୋଳତାଡ଼ କରୁଛି। ଏହି ମାମଲାର ଜଣେ ସାକ୍ଷୀ ଭାବେ ସତ୍ୟପାଲ ମଲିକଙ୍କ ଠାରୁ ସିବିଆଇ ତଥ୍ୟ ହାସଲ କରିବାକୁ ଚାହୁଁଥିବାରୁ ତାଙ୍କୁ ସମନ କରିଛି। ଏହି ସମ୍ପର୍କରେ ସତ୍ୟପାଲ ମଲିକ କହିଛନ୍ତି ଯେ ସିବିଆଇ ମୋ କିଛି ବୟାନ ଉପରେ ସ୍ପଷ୍ଟୀକରଣ ପାଇଁ ଡାକିଛି।