ଆତଙ୍କବାଦୀଙ୍କ ହମଲା, ଜଣେ ଯବାନ ସହିଦ

ନୂଆଦିଲ୍ଲୀ, ୪/୪: କାଶ୍ମୀର ସ୍ଥିତ ଶ୍ରୀନଗରର ଲାଲଚୌକରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆହତ ଯବାନଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏହାପରେ ସମ୍ପୃକ୍ତ ଅଞ୍ଚଳକୁ ସିଜ୍‌ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।