ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ଯବାନ ସହିଦ, ୨ଆତଙ୍କୀ ସଫା

ନୂଆଦିଲ୍ଲୀ,୧୪/୦୯: ଜାମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର। ପୃଥକ ଏନକାଉଣ୍ଟରରେ ୨ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ ଓ କାଶ୍ମୀର କଠୱାରେ ସୁରକ୍ଷାବଳଙ୍କ ଗୁଳିରେ ୨ ଆତଙ୍କୀ ଟଳିଛନ୍ତି। ତେବେ କିସ୍ତୱାଡ଼ରେ ଆଉ ଏକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଛନ୍ତି। ସେହିପରି ଏନକାଉଣ୍ଟରରେ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି।

କିସ୍ତୱାଡ ଚଟରୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ ହୋଇଛି। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଆହତ ହୋଇଥିଲେ। ପରେ ଆହତ ଯବାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *