ବଡ ଆତଙ୍କୀ ଆକ୍ରମଣ ଆଶଙ୍କା ଥିବାରୁ ହାଇଆଲର୍ଟରେ ଜମ୍ମୁକାଶ୍ମୀର

ଭୁବନେଶ୍ୱର,୧୨/୦୮: ଅଗଷ୍ଟ ୧୫ରେ ବଡ ଆତଙ୍କୀ ଆକ୍ରମଣ ଆଶଙ୍କା ଥିବାରୁ ହାଇଆଲର୍ଟରେ ଜମ୍ମୁକାଶ୍ମୀର। ସେପଟେ ସାରା ଦେଶରେ କଡ଼ାସୁରକ୍ଷା ବନ୍ଦୋବସ୍ତ ହୋଇଛି । ଜଳ ସ୍ଥଳ ଆକାଶ ସବୁଠି ସୁରକ୍ଷା କଡ଼ାକଡ଼ି । ଅଗଷ୍ଟ ୧୫ ପାଇଁ ସାରା ଦେଶରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ ଛାଉଣୀ ହେବା ସହ କଡ଼ା ନଜର ରଖାଯାଇଛି । କିଛିଦିନ ହେବ ଜମ୍ମୁକାଶ୍ମୀରରେ ଆତଙ୍କୀ ଗତିବିଧି ବୃଦ୍ଧି ପାଉଥିବାରୁ ଆକ୍ସନମୋଡରେ ସରକାର ।