ଖୁବଶୀଘ୍ର ଜମ୍ମୁ କାଶ୍ମୀର ଫେରି ପାଇବ ପୂର୍ଣ୍ଣ ରାଜ୍ୟର ମାନ୍ୟତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨/୦୪: ଉଧମପୁରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଖୁବଶୀଘ୍ର ଜମ୍ମୁ କାଶ୍ମୀର ଫେରି ପାଇବ ପୂର୍ଣ୍ଣ ରାଜ୍ୟର ମାନ୍ୟତା। ୨୦୧୯ରେ ଧାରା ୩୭୦ ଉଛେଦ୍ଦ ପରେ ବିରୋଧୀ ଦଳ ଗୁଡିକ ଏଠାରେ ବିଧାନସଭା ନିର୍ବାଚନ କରାଇବା ନେଇ ଦାବି କରୁ ଆସୁଥିବା ବେଳେ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ ‘କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମୟର ଆଉ ବେଶୀ ଦୂର ନୁହେଁ’ । ‘ବିକ୍ଷୋଭ, ପଥରମାଡ଼, ଆତଙ୍କବାଦୀଙ୍କ ଭୟ ବିନା ଏଥର ଜମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । କାଶ୍ମୀରର ବିକାଶ ହିଁ ବିଜେପିର ଏକମାତ୍ର ନିର୍ବାଚନୀ ମୁଦ୍ଦା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।