ଜମ୍ମୁ-କାଶ୍ମୀର କୁପୱାଡାରୁ ବହୁ ଅସ୍ତ୍ରସସ୍ତ୍ର ଓ ଗୋଳାବାରୁଦ ଜବତ

ନୂଆଦିଲ୍ଲୀ,୧୮/୦୮: ସେନାକୁ ମିଳିଛି ବଡ ସଫଳତା । ଜମ୍ମୁ-କାଶ୍ମୀର କୁପୱାଡାର ମାଛିଲ୍ ସେକ୍ଟରରୁ ଅନେକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀର ପୋଲିସ ଏବଂ ବିଏସଏଫ୍ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ମିଳିପାରିଛି । ପ୍ରବଳ ମାତ୍ରାରେ ବନ୍ଧୁକ ଓ ଗୋଳା-ବାରୁଦ ଜବତ ହୋଇଛି ।ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏୂଂ ୩୫-ଏ ଧାରା ହଟିବା ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉପଦ୍ରବ କମ୍ ହୋଇଛି । ସେନାର କଡା ସୁରକ୍ଷବଳ ଭେଦି ଭାରତ ଭିତରକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ସଂଖ୍ୟା କମିଛି ।