ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୦/୧୨: ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । କାଶ୍ମୀର ସୋପିଆନ ଜିଲ୍ଲାର ମଞ୍ଝମାର୍ଗ ଅଂଚଳରେ ଏଭଳି ଘଟଣା ଘଟିଛି । ତେବେ ଏପର୍ଯ୍ୟନ୍ତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡ଼ିନାହିଁ । ପୁଲିସ ସୁଚନା ଅନୁସାରେ କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଂଚଳରେ ପ୍ରବେଶ କରିଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ଲୁଚି ରହିଥିବା କିଛି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଏଥିରେ ୩ଆତଙ୍କବାଦୀ ନିପାତ ହୋଇଛନ୍ତି ।