ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର,୨୦/୦୨: ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ  ରାତି ୧୦ଟାରେ ଉଠିବ ମହାଦୀପ । ମହାଶିବରାତ୍ରି ଆୟୋଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।ବୈଠକରେ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଠିକ ସମୟରେ କିପରି ଭାବେ ଦୀପ ଉଠିବ ସମସ୍ତ ନୀତିକାନ୍ତି ସୁଚାରୁ ରୁପେ ହେବ ସେ ନେଇ ସେବାୟତ ମାନକୁ କୁହାଯାଇଛି । ଭକ୍ତ କିଭଳି ସୁରୁଖୁରୁରେ ଦର୍ଶନ କରିବେ ଏବଂ ଦୀପ ଜାଳିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚଳନ ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଉର୍ଧ୍ଵ ଅଧିକାରୀ ନିୟୋଜିତ ହେବେ ବୋଲି ପୋଲିସ କମିଶନର କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

Leave a Reply

Your email address will not be published. Required fields are marked *